ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ବ ମିଳିଥିବା ଜଣାପଡିଛି। ଏମପିଇଡିଏ ବା ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ମାନସ ମଙ୍ଗରାଜଙ୍କୁ ନିର୍ବାଚିତ କରାଯାଇଛି । ଏନେଇ ରାଜ୍ୟସଭା କମିଟି କୋଅର୍ଡିନେସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିକଟରେ ମାନସ ମଙ୍ଗରାଜ ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ଅଧିବେଶନରୁ ସେ ସଂସଦରେ ଯୋଗ ଦେଇଛନ୍ତି । ନୂତନ ସାଂସଦ ଭାବେ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷର ସଦସ୍ୟ ଭାବେ ନିର୍ବାଚିତ ହେବା ରାଜ୍ୟ ପାଇଁ ଗର୍ବର ବିଷୟ । ନୂତନ ସାଂସଦ ଭାବେ ସଫଳତା ମିଳିଥିବାରୁ ଟ୍ବିଟ୍ କରି ସାଂସଦ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ସାମୁଦ୍ରିକ ଉତ୍ପାଦ ଶିଳ୍ପର ପ୍ରୋତ୍ସାହନ ଦିଗରେ ଚେଷ୍ଟା କରିବି ବୋଲି ମାନସ ମଙ୍ଗରାଜ କହିଛନ୍ତି । ସଫଳତା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……