ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ମୁମ୍ବାଇରେ ଖୁବ୍ ଶୀଘ୍ର ଫୁଟିବ ବୋମା। ସବୁ କିଛି ଛାରଖାର ହୋଇଯିବ ।’ ଏପରି କିଛି ଅଜଣା କଲ୍ ଆଜି ମୁମ୍ବାଇ ପୋଲିସ କୁ ମିଳିଛି | ଏହା ମିଳିବା ପରେ ମୁମ୍ବାଇ ପୋଲିସ ଆର୍ଲଟ ରହିଛି | ଶେଷରେ ପୋଲିସ ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୁମ୍ବାଇ ପୋଲିସକୁ ଟ୍ୟାଗ କରି ଜଣେ ବ୍ୟକ୍ତି ଏକ ଟ୍ୱିଟ କରିଥିଲେ। ଉକ୍ତ ଟ୍ୱିଟରେ ଖୁବଶୀଘ୍ର ମୁମ୍ବାଇରେ ବୋମା ଫୁଟିବ ବୋଲି ଉଲ୍ଲେଖ ଥିଲା। ଏପରି ମେସେଜ ପାଇ ପୋଲିସ ତୁରନ୍ତ ବିଭିନ୍ନ ଜାଗାରେ ଛାନଭିନ୍ ଆରମ୍ଭ କରିଥିଲା। ଏଥିସହ ଟ୍ୱିଟ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ତାଙ୍କ ସବିଶେଷ ତଥ୍ୟ ବାହାର କରିଥିଲା। ଏହାପରେ ପୋଲିସ ତୁରନ୍ତ ତାଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ତେବେ ଏ ଯାଏ ବୋମାର କିଛି ସନ୍ଧାନ ମିଳିପାରିନି।ଏହି ଖବର ପ୍ରଚାରିତ ହେବା ପରେ ମୁମ୍ବାଇରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏହି ବ୍ୟକ୍ତି କିଏ, ତାଙ୍କର କାହା ସହ ଲିଙ୍କ ଅଛି ଓ ସେ କାହିଁକି ବୋମା ଫୁଟିବା କଥା କହିଲେ ତାହାର ତଦନ୍ତ କରୁଛି ପୁଲିସ୍ ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….