ରିପୋର୍ଟ କାର୍ଡ / ଶ୍ରୀକାକୁଲମ
ଆନ୍ଧ୍ରପ୍ରଦେଶରେ ୱାଇଏସ୍ଆର କଂଗ୍ରେସର ଜଣେ ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ସେ ମର୍ଣ୍ଣିଂୱାକ୍ରେ ଯାଉଥିବା ବେଳେ କିଛି ଅଜଣା ଯୁବକ ତାଙ୍କୁ ଛୁରୀ ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏଭଳି ଘଟଣା ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି | ମିଳିଥିବା ସୂଚନା ଅନୁସାରେ- ୫୨ ବର୍ଷୀୟ ଭାରତମ ରାମାସେଶୁ ହେଉଛନ୍ତି ୱାଇଏସଆର କଂଗ୍ରେସର ଜଣେ ବରିଷ୍ଠ ନେତା। ସେ ଶ୍ରୀକାକୁଲମ ଗାଁର ପୂର୍ବତନ ସରପଞ୍ଚ ଓ ଏକାଧିକ ଶ୍ରମିକ ସଂଗଠନ ସହ ଜଡ଼ିତ ମଧ୍ୟ ଥିଲେ। ତେବେ ଆଜି ତାଙ୍କୁ ଦୁର୍ବୃତ୍ତମାନେ ତାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି। ରାସ୍ତା ଉପରେ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ଲୋକେ ପୋଲିସ କୁ ଖବର ଦେଇଥିଲେ | ସେତେବେଳକୁ ଭାରତମଙ୍କ ମୃତ୍ୟୁ ହୋଇ ସାରିଥିବା ନେଇ ଜଣାପଡ଼ିଥିଲା |






More Stories
ଅଶୋଧିତ ତୈଳ ଉପରୁ କଟକଣା ହଟାଇଲା ଆମେରିକା…..
ବିଜୟ ଅମୃତରାଜଙ୍କୁ ପଦ୍ମଭୂଷଣ…..
ଇସ୍ତଫା ଦେଲେ ଜର୍ଜ କୁରିଏନ୍…..