ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଶାସ୍ତ୍ରୀୟ ଗାୟକ ସଙ୍ଗୀତ ସମ୍ରାଟ ଉସ୍ତାଦ ରାସିଦ୍ ଖାନଙ୍କ ପରଲୋକ ଘଟିଛି। ମଙ୍ଗଳବାର କଲକତାର ଏକ ହସ୍ପିଟାଲରେ ୫୫ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଡିସେମ୍ବରରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଗତ କିଛି ଦିନ ହେବ ସେ ଆଇସିୟୁରେ ଭେଣ୍ଟିଲେଟରରେ ଥିଲେ। ତାଙ୍କ ମୃତଦେହକୁ କୋଲକାତାର ପିସହିବେନକୁ ପଠାଯିବ। ଆଜି ରାତିରେ ସେଠାରେ ତାଙ୍କର ମୃତଦେହ ରହିବ। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ରବୀନ୍ଦ୍ର ସଦନରେ ରଖାଯିବ।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ବଢ଼ିଲା ବସ ଭଡା…..
ଗୋଟିଏ ଅଫିସରେ ରହିପାରିବେନି ୩ ବର୍ଷରୁ ଅଧିକ…..