ରିପୋର୍ଟ କାର୍ଡ / ସମ୍ୱଲପୁର
ବିବାହର ଦୁଇମାସ ପରେ ସ୍ୱାମୀ ଜାଣିବାକୁ ପାଇଲେଯେ ସ୍ତ୍ରୀ ୬ ମାସର ଗର୍ଭବତୀ | ଏହା ପରେ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କୁକୁଡାବାହାଲି ଗ୍ରାମରେ । ବ୍ୟକ୍ତି ଜଣଙ୍କ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କୁକୁଡାବାହିଳିର ମୋହନ ଦେହୁରୀ ଡଙ୍ଗାପଥରର ଜଣେ ଯୁବତୀଙ୍କୁ ବୈଦିକ ରିତୀନୀତିରେ ବିବାହ କରିଥିଲେ । ହେଲେ ବିବାହର ୨ମାସ ପରେ ସ୍ତ୍ରୀ ୬ ମାସର ଗର୍ଭବତୀ ଥିବା ମୋହନ ଜାଣିବାକୁ ପାଇଥିଲେ । ଏହାପରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଘଟଣାକୁ ନେଇ ରେଢାଖୋଲ ଥାନା ଓ ଗାଁ କମିଟିରେ କଥା ପଡିଥିଲା । ଏହାପରେ ପତ୍ନୀ ବାପ ଘରେ ରହୁଥିଲେ । ତେବେ ମୋହନଙ୍କୁ ତାଙ୍କ ପତ୍ନୀ ସବୁବେଳେ ଫୋନ୍ କରି ମାନସିକ ନିର୍ଯାତନା ଦେଉଥିବାରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।






More Stories
ଭୁବନେଶ୍ୱରରେ ଯୁବତୀଙ୍କୁ ବଳାତ୍କାର…..
ସୌମ୍ୟ ହତ୍ୟା ମାମଲା:କ୍ରାଇମ୍ବ୍ରାଞ୍ଚ ସ୍କାନର୍ରେ ଆଇପିଏସ୍ ଅଧିକାରୀ ଗଙ୍ଗଓ୍ବାର…..
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……