ରିପୋର୍ଟ କାର୍ଡ / ନବରଙ୍ଗପୁର
ଗଣିତ ସାର୍ ନିଜ ବେକ କାଟି ଦେଇଛନ୍ତି । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳାରୁ ଆସିଛି | ସ୍କୁଲ ନଯାଇ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଛନ୍ତି ଗଣିତ ସାର୍। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଲେଖ ମହିମା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ହେଉଛନ୍ତି ଆଶିଷ କୁମାର ସ୍ୱାଇଁ। ସେ ରାଇଘର ବ୍ଲକ୍ କଚରାପାରାର ଡିଏନ୍କେ ଅଞ୍ଚଳରେ ଘର ଭଡ଼ା ନେଇ ପରିବାର ଲୋକଙ୍କ ସହ ରହୁଥିଲେ। ପ୍ରତିଦିନ ସ୍କୁଲ ଆସୁଥିଲେ ଓ ପିଲାଙ୍କୁ ପାଠ ପଢ଼ାଇ ରୁମ୍କୁ ଫେରି ଯାଉଥିଲେ। ହେଲେ ଗୁରୁବାର ଶ୍ରୀ ସ୍ୱାଇଁ ସ୍କୁଲ ଯାଇନଥିଲେ। ଘରେ ସମସ୍ତଙ୍କ ଆଗରେ ଏକ ଧାରୁଆ ଅସ୍ତ୍ରରେ ନିଜର ବେକ କାଟି ଦେଇଥିଲେ ଗଣିତ ସାର୍। ପଡ଼ୋଶୀ ଓ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇଘର ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। କେଉଁ କାରଣରୁ ସାର୍ ନିଜର ବେକ କାଟିଲେ, ତାହା ଜଣାପଡ଼ି ନଥିବା ବେଳେ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….