ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ ସୋମବାର ଦିଲ୍ଲୀର ଏନଡିଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଠକରେ ଅଧ୍ୟକ୍ଷତା କରି ଚଳିତ ବର୍ଷ ହେବାକୁ ଥିବା ୯ଟି ରାଜ୍ୟ ବିଧାନସଭା ନିର୍ବାଚନ ନିମନ୍ତେ ଦଳୀୟ ରଣନୀତି ପ୍ରସ୍ତୁତ କରିଛନ୍ତି। ଏହା ସହିତ ଆଗାମୀ ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ନିମନ୍ତେ ବିଜେପି ଏହାର ଯୋଜନା ପ୍ରସ୍ତୁତ କରିବ। ବୈଠକ ପରେ ଦଳୀୟ ନେତା ରବିଶଙ୍କର ପ୍ରସାଦ କହିଛନ୍ତି ଯେ ୨୦୨୩ ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ। ଏହି ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଯାହା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ସଦୃଶ। ତେଣୁ ବିଜେପି ସମସ୍ତ ୯ଟି ଯାକ ବିଧାନସଭା ନିର୍ବାଚନରେ ନିଶ୍ଚିତ ବିଜୟ ଲାଗି ଲକ୍ଷ୍ୟ ରଖିଛି। ଏଥିପାଇଁ ୭୨୦୦୦ ବୁଥରେ ଦଳୀୟ ସଂଗଠନକୁ ମଜଭୁତ୍ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଜାତୀୟ କାର୍ଯ୍ୟକାରିଣୀ ବୈଠକକୁ ଆସିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିଲ୍ଲୀରେ ଏକ ରୋଡ ଶୋ’ କରିଥିଲେ।






More Stories
ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟିର ପରାମର୍ଶ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..