ରିପୋର୍ଟ କାର୍ଡ / ନୟାଗଡ଼
ଆଜି ନୟାଗଡ଼ ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ବଡ଼ ଧରଣର ଚଢ଼ାଉ କରାଯାଇଛି। ନିଶା କାରବାର ଅଭିଯୋଗରେ ନୟାଗଡ଼ ଏସପିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି। ମାଜିଷ୍ଟ୍ରେଟ ସହ ବହୁ ବରିଷ୍ଠ ଅଧିକାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ବେଳେ ନୟାଗଡ଼ ଜିଲ୍ଲାମୁଖ୍ୟ କାରାଗାରରୁ ବିପୁଳ ନିଶା ଦ୍ରବ୍ୟ ଜବତ ହୋଇଛି। ଦଶପଲ୍ଲା ଉପ କାରାଗାରରୁ ମଧ୍ୟ ବହୁ ପରିମାଣର ବିପୁଳ ନିଶା ସାମଗ୍ରୀ ଜବତ ହୋଇଛି। ଏଥିରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ୍ ରହିଛି। ଜେଲ୍ ଭିତରକୁ କିଭଳି ନିଶା ସାମଗ୍ରୀ ଗଲା? କଡ଼ା ସୁରକ୍ଷା ଭିତରେ ଜେଲ୍ ଭିତରକୁ ନିଶାଦ୍ରବ୍ୟ କିଏ ଓ କେମିତି ପଠାଉଛି, ତାକୁ ନେଇ ପ୍ରଶ୍ନୂବାଚୀ ସୃଷ୍ଟି ହୋଇଛି। ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି।






More Stories
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..
ଆଜି ସ୍କୁଲ ଛୁଟି…..