ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ନିଟ୍ ୟୁଜି ପରୀକ୍ଷା । ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଗୋଟିଏ ସିଟିଂରେ ହେବ ପରୀକ୍ଷା । ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ୧୮ ଲକ୍ଷ ୭୨ ହଜାର ୩୨୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୧୦ ଲକ୍ଷ ୬୪ ହଜାର ଛାତ୍ର, ୮ ଲକ୍ଷ ୭ ହଜାର ୭୧୧ ଛାତ୍ରୀ ଅଛନ୍ତି । ତେବେ ଦେଶର ୫୪୩ ସହର ସମେତ ବିଦେଶର ୧୪ଟି ସହରରେ ପରୀକ୍ଷା ହେବ। ଆବୁଧାବି, ବ୍ୟାଙ୍କଙ୍କ୍ , କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, କ୍ବୁଲାଲମ୍ବପୁର, କ୍ବଏତ୍ ସହର, ଲା ଗୋସ୍ , ମାନାମା, ମାସ୍କର୍ଟ, ରିୟାଦ, ସାରଜା, ସିଙ୍ଗାପୁର ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଗତବର୍ଷ ପରି ଏଥର ମଧ୍ୟ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବେଙ୍ଗଲି, ଗୁଜୁରାଟି, କନ୍ନଡ, ମାଲାୟଲମ୍ , ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ପରି ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।






More Stories
ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ଉଚ୍ଚଶିକ୍ଷା ମନ୍ତ୍ରୀ…..
ମୋତେ ଚୁପ୍ କରିବା ପାଇଁ ହେଲେ ହତ୍ୟା କରିବାକୁ ପଡ଼ିବ…..
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା…..