ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ- ୟୁନିଫାଏଡ୍ ମାର୍କସିଷ୍ଟ ଲେନିନିଷ୍ଟ (ସିପିଏନ୍-ୟୁଏମ୍ଏଲ)ର ଅଧ୍ୟକ୍ଷ କେପି ଶର୍ମା ଓଲିଙ୍କୁ ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ରବିବାର ନିଯୁକ୍ତି ଦିଆଯାଇଛି। ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଆଜି ଦିନ ୧୧ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ (ପ୍ରଚଣ୍ଡ) ସଂସଦରେ ଆସ୍ଥା ଭୋଟରେ ପରାସ୍ତ ହେବା ପରେ ଓଲି ନୂଆ ସରକାର ଗଠନ ଲାଗି ଦାବି କରିଥିଲେ। ଓଲିଙ୍କୁ ସରକାର ଗଠନ ଲାଗି ଏନସି ସଭାପତି ଶେର ବାହାଦୂର ଦେଉବା ସମର୍ଥନ ଜଣାଇଥିଲେ। ଓଲିଙ୍କ ସରକାରକୁ ୧୬୫ଜଣ ସମର୍ଥନ ଦେଉଥିବା ବେଳେ ଏଥିରେ ୟୁଏମ୍ଏଲ ଦଳର ୭୭ଜଣ ସଦସ୍ୟ ଥିବାବେଳେ ଏନସିର ୮୮ଜଣ ସଦସ୍ୟଙ୍କ ଅଛନ୍ତି। ଗତ ଶୁକ୍ରବାର ପ୍ରଚଣ୍ଡଙ୍କ ନେତୃତ୍ବ ସରକାରରୁ ସିପିଏନ୍-ୟୁଏମଏଲ୍ ଏହାର ସମର୍ଥନ ପ୍ରତ୍ୟାହାର କରିବା ପରେ ସରକାର ସଂଖ୍ୟା ଲଘୁ ହୋଇପଡିଥିଲା। ସଂସଦରେ ଆସ୍ଥା ଭୋଟବେଳେ ପ୍ରଚଣ୍ଡଙ୍କୁ ୧୩୮ଟି ଭୋଟ ଆବଶ୍ୟକ ଥିବାବେଳେ ତାଙ୍କୁ ମାତ୍ର ୬୩ଟି ଭୋଟ ମିଳିଥିଲା। ଫଳରେ ସରକାରର ପତନ ହୋଇଥିଲା।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….