ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ସାମାନ୍ୟ କମିଛି କରୋନା ସଂକ୍ରମଣ | ୧୦ ହଜାରରୁ ତଳକୁ ଖସିଛି ରାଜ୍ୟର କରୋନା ଗ୍ରାଫ | ଆଜି ୯୭୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୫୫୩୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୪୨୫୯ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୪୬୬୬ ରେ ପହଞ୍ଚିଛି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୧୦୧୮, କଟକ ୬୪୧, ଅନୁଗୁଳରୁ ୫୨୬ ଝାରସୁଗୁଡ଼ାରୁ ୪୦୪, ନୂଆପଡ଼ାରୁ ୪୦୧, ଯାଜପୁରରୁ ୩୭୬, ସମ୍ବଲପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରରୁ ୩୪୨, ବାଲେଶ୍ୱରରୁ ୩୧୪, ନବରଙ୍ଗପୁରରୁ ୩୦୨, ଗଞ୍ଜାମରୁ ୨୭୬, ବରଗଡ଼ରୁ ୨୭୦, ନୟାଗଡ଼ରୁ ୨୫୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୨୪୪, କଳାହାଣ୍ଡିରୁ ୨୨୪, ମୟୂରଭଞ୍ଜରୁ ୧୯୯, ଜଗତସିଂହପୁରରୁ ୧୮୯, କୋରାପୁଟରୁ ୧୭୪, କେନ୍ଦ୍ରାପଡ଼ାରୁ ୧୫୮, ବୌଦ୍ଧରୁ ୧୫୨, ରାୟଗଡ଼ାରୁ ୧୪୮, ସୁବର୍ଣ୍ଣପୁରରୁ ୧୪୦, ଦେବଗଡ଼ରୁ ୧୨୫, ଗଜପତିରୁ ୧୧୧, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୧, ମାଲକାନଗିରିରୁ ୬୩ ଓ ଭଦ୍ରକ ଜିଲ୍ଲାରୁ ୫୨ ଜଣ ଓ ଷ୍ଟେଟ୍ ପୁଲରୁ ୨୮୦ ଜଣ ପଜିଟିଭ ବାହାରିଛନ୍ତି ।
More Stories
୨୮ରେ ଓଡିଶା ଆସିବେ ଶାହ….
ଭିଜିଲାନ୍ସ ଜାଲରେ ଜେନେରାଲ ମ୍ୟାନେଜର….
‘ମୋ ସ୍କୁଲ ଅଭିଯାନ’ର ନାଁ ବଦଳିଲା,ଅଧ୍ୟକ୍ଷ ରହିବେ ମୁଖ୍ୟ ସଚିବ…..