ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଅଡୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧି | ହିନ୍ଦୁବାଦୀ ବିଚାରକ ତଥା ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କୁ ନେଇ ବାରମ୍ବାର ବିବାଦୀୟ ବୟାନ ଦେବା ରାହୁଲ ଙ୍କୁ ଏବେ ମହଙ୍ଗା ପଡ଼ିଛି। ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ରାହୁଲ ସାବରକରଙ୍କୁ ଅପମାନିତ କରୁଥିବା ଅଭିଯୋଗ ନେଇ ତାଙ୍କ ନାତି ସାତ୍ୟକି ସାବରକର ଆଜି ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ନିକଟରେ ରାହୁଲ ବ୍ରିଟେନ ଗସ୍ତରେ ଥିବା ବେଳେ ମଧ୍ୟ ସେଠାରେ ସାବରକରଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ। ରାହୁଲଙ୍କ ଏଭଳି ବୟାନ ମହାରାଷ୍ଟ୍ରରେ କଂଗ୍ରେସ-ଏନ୍ସିପି-ଶିବସେନା ଉଦ୍ଧବ ଗୋଷ୍ଠୀ ମେଣ୍ଟରେ ମଧ୍ୟ ଫାଟ ସୃଷ୍ଟି କରିଛି। ଶିବସେନା ରାହୁଲଙ୍କୁ ଏନେଇ ଚେତାବନୀ ଜାରି କରିଥିବା ବେଳେ ଏନ୍ସିପି ନେତାମାନେ ରାହୁଲଙ୍କୁ ଏହି ପ୍ରସଙ୍ଗରେ ଖୋଲାଖୋଲି ସମାଲୋଚନା କରୁଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….