ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ପକ୍ଷରୁ ୨୦୨୩-୨୪ ଆକଳନ ବର୍ଷ ପାଇଁ ନୂଆ ଆୟକର ରିଟର୍ଣ୍ଣ ଫର୍ମ ଜାରି କରାଯାଇଛି। ସେଥିରେ କ୍ରିପ୍ଟୋକରେନ୍ସିରୁ ହେଉଥିବା ଆୟ ବିଷୟରେ ଉଲ୍ଲେଖ କରିବା ଲାଗି ଟିକସଦାତାମାନଙ୍କୁ କୁହାଯାଇଛି। ସିବିଡି ପକ୍ଷରୁ ଆଇଟିଆର୍ ୧ରୁ ୬ ପର୍ଯ୍ୟନ୍ତ ଫର୍ମ, ଆଇଟିଆର୍-ଭେରିଫିକେସନ ଫର୍ମ, ଆଇଟିଆର୍ ଆକ୍ନଲେଜ୍ମେଣ୍ଟ୍ ଫର୍ମ ଜାରି କରାଯାଇଛି। ଡିଜିଟାଲ ସମ୍ପତ୍ତିରୁ ହେଉଥିବା ଆୟ ବିୟେରେ ସ୍ବତନ୍ତ୍ର ଭାବେ ଉଲ୍ଲେଖ କରିବା ଲାଗି ଫର୍ମରେ ବ୍ୟବସ୍ଥା ରହିଛି। ପୂର୍ବ ବର୍ଷ ଫର୍ମ ତୁଳନାରେ ଏଥର ଫର୍ମରେ ବିଶେଷ କିଛି ପରିବର୍ତ୍ତନ ହୋଇନି। କିନ୍ତୁ ଏଥର ଦୁଇ ମାସ ଆଗରୁ ଫର୍ମ ଜାରି କରାଯାଇଥିବା ଜଣାପଡିଛି |






More Stories
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..