Report Card Odisha

| Daily Odia News

ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରି ପୋଲିସ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ପିଟିପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ କବିସୂର୍ଯ୍ୟନଗର ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ(NHRC) ଗଞ୍ଜାମ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଜବାବ ତଲବ କରିଛନ୍ତି। ମାମଲାର ୧୪ଟି ଦିଗ ଉପରେ ଉତ୍ତର ରଖିବାକୁ NHRC ପକ୍ଷରୁ ରିପୋର୍ଟ ତଲବ କରାଯାଇଛି। ଏପରିକି ପୋଲିସ ପ୍ରଶାସନ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାଇବାକୁ NHRCଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପୋଲିସ ଦିବ୍ୟାଙ୍ଗ ଯୁବକ ସୁବୁଳିଆ ଗ୍ରାମର ସୁଶାନ୍ତ ସାହୁ (୩୨) ପିଟିପିଟି ମାରି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ନୀତିଶେଖର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଟଣାର ପ୍ରାଥମିକ ତଦନ୍ତ ପରେ କବିସୂର୍ଯ୍ୟନଗର ଥାନା ଦାୟିତ୍ୱରେ ଥିବା ଏଏସ୍‌ପି ନୀତେଶ କୁମାର ମିଶ୍ରଙ୍କୁ ଜିଲ୍ଲା ପୋଲିସ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ଥାନାର ୩ ଜଣ ପୋଲିସ ଅଧିକାରୀଙ୍କୁ ଗଞ୍ଜାମ ଏସ୍‌ପି ହରିଶ ବିସି ନିଲମ୍ବିତ କରିଛନ୍ତି। ଏସ୍‌ଆଇ ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡିର ଏଏସ୍‌ଆଇ ବୈକୁଣ୍ଠ ଜେନା ଏବଂ କନଷ୍ଟେବଲ୍‌ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି।

Breaking News