ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ କରୋନା ମାମଲା କମିବା ପରେ ସରକାର ସପ୍ତାହାନ୍ତ କର୍ଫ୍ୟୁକୁ ହଟାଇ ଦେଇଛନ୍ତି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅବିନ୍ଦର କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି । ସୂଚନାନୁସାରେ, ଗତ କିଛି ଦିନ ଧରି ଦିଲ୍ଲୀ ସମେତ ସାରା ଦେଶରେ କରୋନା ସଂକ୍ରମଣ ସାଙ୍ଗକୁ ଓମିକ୍ରନ ଭାରିଆଣ୍ଟ ବଢିଥିଲା | ଯାହାକୁ ଦେଖି ଦିଲ୍ଲୀ ସରକାର ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ କର୍ଫ୍ୟୁ ଲଗାଇଥିଲେ । ଏବେ ମାମଲା କମୁଛି । ଦିଲ୍ଲୀରେ ପଜିଟିଭିଟି ହାର ବି କମିବାରେ ଲାଗିଛି । ଏବେ ସପ୍ତାହାନ୍ତ କର୍ଫ୍ୟୁ ହଟିବା ସହ ସିନେମା ହଲ୍ ମଧ୍ୟ ଖୋଲିଛି । କେବଳ ନାଇଟ୍ କର୍ଫ୍ୟୁ ଜାରି ରହିବ । ତେବେ ୫୦ ପ୍ରତିଶତ କ୍ଷମତାରେ ସିନେମା ହଲ୍ ଚାଲିବ । ସେହିପରି ଆଉ କିଚି କଟକଣାକୁ ମଧ୍ୟ ସରକାର କୋହଳ କରିଛନ୍ତି । ତେବେ କେବେ ସ୍କୁଲ ଓ କଲେଜ ଖୋଲିବ ସେନେଇ ପରେ ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି ।
Discussion about this post