ରିପୋର୍ଟ କାର୍ଡ / ବାଲେଶ୍ୱର
ନୀଳଗିରି ସ୍ଥିତ କୁଲଡିହା ଅଭୟାରଣ୍ୟରେ ବନ ବିଭାଗର ରାତି ଅଧିଆ କମ୍ବିଂ ଅପରେସନରେ ୬ ଶିକାରୀ ଗିରଫ ସହ ୬ ବନ୍ଧୁକ ଜବତ ହୋଇଛି। କୁଲଡିହା ବନ ବିଭାଗ, ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ନୀଳଗିରି ପୋଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ବିଳମ୍ବିତ ରାତିରେ ଚଢାଉ କରାଯାଇ ବାହାବନ୍ଧ ନିକଟ ଡେଉଁଚଖାଲ ଅଂଚଳରୁ ୬ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୬ଟି ଦେଶୀ ବନ୍ଧୁକ ସହ ହରିଣ ସଂଘ ଜବତ କରାଯାଇଛି। ୩/୪ ଦିନ ପୂର୍ବରୁ ଶିକାରୀ ଗୁଳିରେ ଜଣେ ବନ କର୍ମଚାରୀ ଗୁରୁତର ହେବା ପରେ ପୋଲିସ ଓ ବନ ବିଭାଗ ଅପରେସନ ଆରମ୍ଭ କରିଥିଲେ |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..