ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିର୍ମାଣ ଶ୍ରମିକଙ୍କ ପାଇଁ ୩୮୫ କୋଟି ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଘୋଷଣା ହୋଇଛି | ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୯ଟି ଜିଲ୍ଲାର ୧୮ ଟି ସ୍ଥାନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବ୍ଲକର ବିଡିଓଙ୍କ ସହି ଶ୍ରମ, କର୍ମଚାରୀ ଓ ରାଜ୍ୟ ବୀମା ବିଭାଗର ଅଧିକାରୀ ଏବଂ ନିର୍ମାଣ ଶ୍ରମିକମାନେ ଭିସି ଜରିଆରେ ସାମିଲ ହୋଇଥିଲେ । ପ୍ରତ୍ୟେକ ଶ୍ରମିକଙ୍କୁ ୧୫୦୦ ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା ଦିଆଯାଇଥିଲା । ଓଡ଼ିଶାରେ ପାଖାପାଖି ୧ କୋଟି ୬୫ ଲକ୍ଷ ଶ୍ରମିକ ଅଛନ୍ତି । ଏମାନଙ୍କ ମଧ୍ୟରୁ ୩୧ ଲକ୍ଷ ନିର୍ମାଣ ଶ୍ରମିକ ଥିବାବେଳେ, ପାଖାପାଖି ୧୩ ଲକ୍ଷ ବାହାର ରାଜ୍ୟରୁ ଆସି ଏଠାରେ କାମ କରୁଛନ୍ତି । ସେହି ହିସାବରେ ୧୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ କାମ କରୁଛନ୍ତି ।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..