ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫଳ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର। ସକାଳୁ ଖାଲି ପେଟରେ ଅମୃତଭଣ୍ଡା ସେବନ କରିବା ଉଚିତ। ଏହାଦ୍ୱାରା ପାଚନ ପ୍ରକ୍ରିୟା ମଜବୁତ ହେବାସହ ଅନ୍ୟ ସ୍ୱାସ୍ଥ୍ୟଗତ ଲାଭ ମଧ୍ୟ ରହିଛି। ତେବେ ଫଳ ଖାଇବାର ସଠିକ ସମୟ ରହିଛି | ଅମୃତଭଣ୍ଡା ରାତିରେ ରାତିରେ ଖାଇବା ଉଚିତ କି ନୁହେଁ, କେଉଁମାନେ ଅମୃତଭଣ୍ଡା ଖାଇବା ଅନୁଚିତ ଆସନ୍ତୁ ଜାଣିବା |
ଆପଣ ଚାହିଁଲେ ଯେକୌଣସି ସମୟରେ ଅମୃତଭଣ୍ଡା ଖାଇପାରିବେ। କିନ୍ତୁ ସକାଳ ସମୟ ସର୍ବୋତ୍ତମ। ଏଥିରେ ଭିଟାମିନ-ଏ ଓ ଭିଟାମିନ-ସି ରହିଛି। ଏହା ଓଜନ କମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ |
ଅମୃତଭଣ୍ଡା ପାଚନ ପ୍ରଣାଳୀ ପାଇଁ ହିତକର କିନ୍ତୁ ରାତିରେ ଅମୃତଭଣ୍ଡା ଭଳି ଫଳ ନ ଖାଇବା ଉଚିତ। କାରଣ ରାତିରେ ଅମୃତଭଣ୍ଡା ସେବନ ପାଚନ ତନ୍ତ୍ର ପାଇଁ ହାନିକାରକ ହୋଇଥାଏ।
୧. ସକାଳୁ ଅମୃତଭଣ୍ଡା ସେବନ କରିବା ଉତ୍ତମ କାରଣ ଏଥିରେ ୮୦% ପାଣି ରହିଥାଏ। ଏହା ଫାଇବରରେ ଭରପୁର ଯାହା ମେଟାବୋଲିଜିମ୍ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
୨. ଦୃଷ୍ଟିଶକ୍ତି ସୁଧାର ପାଇଁ ଅମୃତଭଣ୍ଡାରେ ପୋଷାକ ତତ୍ୱ ରହିଛି। ଏହାର ଧାତୁଗୁଡ଼ିକ ମୁକ୍ତ ରେଡିକାଲ୍ ରୋକିବାରେ ସାହାଯ୍ୟ କରେ। ଏହାସହ କୁଞ୍ଚନ ଏବଂ ଡାର୍କ ସର୍କଲରୁ ମଧ୍ୟ ମୁକ୍ତି ମିଳିଥାଏ।
୩. ଅମୃତଭଣ୍ଡା ତ୍ୱଚା ପାଇଁ ଉପଯୋଗୀ। ଏହା ତ୍ୱଚାକୁ ଚିକ୍କଣ କରିଥାଏ। ଏହାକୁ ଆପଣ ପେଷ୍ଟ କରି ମଧ୍ୟ ବ୍ୟବହାର କରିପାରିବେ। କିନ୍ତୁ ପେଷ୍ଟ ଲଗାଇବା ବଦଳରେ ଅମୃତଭଣ୍ଡା ଖାଇବା ଅଧିକ ଲାଭଦାୟକ।
୪. ଅମୃତଭଣ୍ଡା ରୋଗ ପ୍ରତିରୋଧକ କ୍ଷମତାକୁ ବହୁ ଦିନ ଯାଏଁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ସେଥିପାଇଁ ନିଜ ଆହାରରେ ଅମୃତଭଣ୍ଡା ନିଶ୍ଚୟ ସାମିଲ କରିବା ଉଚିତ।
୫. ଅମୃତଭଣ୍ଡା କ୍ୟାନ୍ସର ଭଳି କିଛି ଗମ୍ଭୀର ରୋଗ ରୋକିବାରେ ସାହାଯ୍ୟ କରିଥାଏ। ଏହା ପ୍ରୋଷ୍ଟେଟ କ୍ୟାନ୍ସର ଆଶଙ୍କା କମ କରିଥାଏ।
୬. ଏହା ଚୁଟି ପାଇଁ ମଧ୍ୟ ଲାଭଦାୟକ। ଏହା ଉପିକୁ ରୋକିଥାଏ ଏବଂ ଚୁଟି ବଢ଼ିବାରେ ସାହାଯ୍ୟ କରିଥାଏ। ଏହା ଚୁଟିର ପ୍ରାକୃତିକ ଚମକ ବଜାୟ ରଖିଥାଏ।
କେଉଁମାନେ ଅମୃତଭଣ୍ଡା ସେବନ କରିବା ଉଚିତ ନୁହେଁ :
୧. ଗର୍ଭବତୀ ମହିଳାଙ୍କୁ ଅମୃତଭଣ୍ଡା ଖାଇବାକୁ ବାରଣ କରାଯାଇଥାଏ। ବିଶେଷକରି କଞ୍ଚା ଅମୃତଭଣ୍ଡା। କାରଣ ଏହାଦ୍ୱାରା ଗର୍ଭପାତ ହେବାର ଆଶଙ୍କା ଥାଏ। କଞ୍ଚା ଅମୃତଭଣ୍ଡାରେ ପ୍ରଚୁର ମାତ୍ରାରେ ଲେଟେକ୍ସ ରହିଛି ଯାହା ଗର୍ଭାଶୟକୁ ସଙ୍କୁଚନ କରିଥାଏ। ସେଥିପାଇଁ ଗର୍ଭବତୀ ମହିଳା ଅମୃତଭଣ୍ଡା ଖାଇବା ଅନୁଚିତ।
୨. ଅମୃତଭଣ୍ଡାରେ ପପେନ ନାମକ ଏଞ୍ଜାଇମ ରହିଛି ଯାହା ଏକ ଶକ୍ତିଶାଳୀ ଏଲର୍ଜେନ ଯାହା ଶ୍ୱାସ ସମ୍ବନ୍ଧୀୟ ରୋଗ ବଢାଇଥାଏ। ଯଦି ଆପଣ ଶ୍ୱାସ ରୋଗରେ ପୀଡିତ ତାହେଲେ ଏହି ଫଳ ନ ଖାଇବା ଉଚିତ।
୩. ଅମୃତଭଣ୍ଡାରେ ପ୍ରଚୁର ମାତ୍ରାରେ ଭିଟାମିନ-ସି ରହିଛି। ଏହା ଶରୀରର ପ୍ରତିରୋଧକ ପ୍ରଣାଳୀକୁ ମଜବୁତ କରିଥାଏ। ତେବେ ଯେକୌଣସି ଜିନିଷ ଅଧିକ ହେଲେ ହାନିକାରକ ହୋଇଥାଏ। ଅଧିକ ମାତ୍ରାରେ ଭିଟାମିନ-ସି କିଡନୀ ଷ୍ଟୋନର କାରଣ ହୋଇପାରେ।
୪. ଅଧିକ ମାତ୍ରାରେ ଅମୃତଭଣ୍ଡା ସେବନ ଦ୍ୱାରା ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ବା ପାକସ୍ଥଳୀ ସମସ୍ୟା ଉତ୍ପନ୍ନ ହୋଇପାରେ। ଅଧିକ ଅମୃତଭଣ୍ଡା ଖାଇବା ଦ୍ୱାରା ପେଟ ଖରାପ ହୋଇପାରେ।
Discussion about this post