ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ବଡ ବୟାନ ଦେଇଛନ୍ତି । କହିଛନ୍ତି କି ଦେଶର ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ ମନମୋହନ ଯେଉଁ କାର୍ଯ୍ୟ କରିଛନ୍ତି ସେଥିପାଇଁ ଦେଶ ତାଙ୍କ ନିକଟରେ ରୁଣୀ । ମନମୋହନଙ୍କ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି କି ଆର୍ଥିକ ସୁଧାର ଦେଶକୁ ନୂଆ ଦିଗ ଦେଇଛି ମନମୋହନଙ୍କ ଅର୍ଥନୀତି । ତେଣୁ ମନମୋହନଙ୍କ ଅବଦାନକୁ ଦେଶ କେବେପି ଭୁଲି ହେବନାହିଁ । ଏଥିସହ ସେ କହିଛନ୍ତି ଦେଶକୁ ଏକ ଉଦାରନୀତିର ଆବଶ୍ୟକତା ରହିଛି । ଯେଉଁଥିରେ ଗରିବ ଲୋକମାନେ ବିଶେଷ କରି ଉପକୃତ ହେବେ । ଉଦାର ଆର୍ଥିକ ନୀତି ଦେଶର ବିକାଶ କରିଛି, ଆର୍ଥିକ ବୃଦ୍ଧିକୁ ଆଗକୁ ଅଧିକ ତ୍ୱରାନିତ୍ୱ କରିବ ।






More Stories
ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ….
ଲକ୍ଷ ଲକ୍ଷ ନାଗରିକଙ୍କୁ ମତଦାନ ରୁ ବଞ୍ଚିତ କରିବା ବେଆଇନ…..
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..