ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ଏସମ୍ପର୍କରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଚୋରା ମଦ ବିକ୍ରି କିପରି ବନ୍ଦ ହେବ ତାହା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଥିବା ଆଇନମନ୍ତ୍ରୀ କହିଛନ୍ତି। ଆଗାମୀ ବର୍ଷ ଠୁାରୁ ଓଡ଼ିଶାରେ ଚୋରା ମଦ ଚାଲାଣ ବନ୍ଦ କରିବା ପାଇଁ ଯୋଜନା ହୋଇଥିବା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ସେହି ଆଧାରରେ ପରିବର୍ତ୍ତନ ମଧ୍ୟ କରାଯାଉଛି। ଆଗକୁ ଆମୂଳଚୁଳ ପରିବର୍ତ୍ତନ କରାଯିବ। ଆସନ୍ତା ବର୍ଷା ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରୁ ଚୋରମଦ ବିକ୍ରି ବନ୍ଦ କରିବାକୁ ନୀତି ପ୍ରଣୟନ କରାଯିବ। ଯେଉଁ ମଦନୀତି ଥିଲା ସେଥିରେ କିଛି ସଂଶୋଧନ କରାଯିବ। ଯେଉଁ କିଛି ସମସ୍ୟା ରହିଥିଲା,ତାହାର କିପରିସମାଧାନ କରାଯିବ ସେ ଦିଗରେ ପ୍ରଚେଷ୍ଟା କରାଯାଉଛି ବୋଲି ଆଇନମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।






More Stories
ଏଣିକି ବର୍ଷକୁ ୪ଟି ପରୀକ୍ଷା…..
ରାଜ୍ୟରେ ୨୦ଲକ୍ଷ ଭୋଟରଙ୍କ ନାଁ କଟିଲା…..
ବଢ଼ୁଛି ନଦୀମାଙ୍କର ଜଳସ୍ତର…..