ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅରୁଣାଞ୍ଚଳପ୍ରଦେଶ ତୱାଙ୍ଗରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପାଇଁ LAC ରେ ସ୍ଥିତି ଉଦ୍ବେଗଜନକ ରହିଛି। ଡିସେମ୍ବର ୯ ତାରିଖରେ ହୋଇଥିବା ସଂଘର୍ଷରେ ଉଭୟ ପକ୍ଷର ସେନା ଆହତ ହୋଇଛନ୍ତି। ଏହି ମାମଲରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଚୀନ୍କୁ ଚେତାବନୀ ଦେଇଛନ୍ତି । କହିଛନ୍ତି, ଦେଶରେ ମୋଦି ସରକାର ଥିବା ଯାଏଁ ଇଞ୍ଚେ ଜମି ବି କେହି ନେଇପାରିବେ ନାହିଁ। ଭାରତୀୟ ବୀର ଯବାନଙ୍କୁ ସଲାମ। ଯେଉଁମାନେ ମାଟି ମା’ର ସୁରକ୍ଷା ପାଇଁ ସୀମାରେ ଲଢେଇ କରିଛନ୍ତି। ୮ ଓ ୯ ଡିସେମ୍ବରରେ ଅରୁଣାଚଳ ପ୍ରଦେଶରେ ଡ୍ରାଗନ ସେନା ଭାରତର ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବା ବେଳେ ଭାରତୀୟ ଯବାନ ଏହାର ମୁହଁତୋଡ ଜବାବ ଦେଇଛନ୍ତି।






More Stories
ରନୱେରେ ଫାଟିଲା ବିମାନର ଟାୟାର…..
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..