ରିପୋର୍ଟ କାର୍ଡ / ଭୁବନେଶ୍ୱର
ଚଳିତ ବର୍ଷବି ଖଣ୍ଡଗିରିରେ ଦୁଲୁକିବନି ଯାତ୍ରା ପେଣ୍ଡାଲ । କରୋନା ମହାମାରୀ ପାଇଁ ଖଣ୍ଡଗିରି ଯାତ୍ରାକୁ ଅନୁମତି ମିଳିନାହିଁ । ଏଥିପାଇଁ ଯାତ୍ରା ଦଳ, କଳାକାର, କମିଟି ସମସ୍ତେ ନିରାଶ ହୋଇଛନ୍ତି । ଗତ ୨୫ ତାରିଖରେ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟିମାନଙ୍କ ପକ୍ଷରୁ ଯାତ୍ରା ପରିବେଷଣ ନେଇ ଅନୁମତି ମଗା ଯାଇଥିଲା । କମିଟିମାନେ ପ୍ରଥମେ ଭୁବନେଶ୍ବର ଡିସିପି ଏବଂ ପରେ ଭୁବନେଶ୍ବର ମହାନଗର ନିଗମ କମିଶନରଙ୍କ ନିକଟରେ ଦରଖାସ୍ତ ଆବେଦନ କରିଥିଲେ । ତେବେ ଶେଷରେ କମିଟି ସଦସ୍ୟଙ୍କୁ ନିରାଶ ହେବାକୁ ପଡ଼ିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇନାହିଁ । ଚଳିତ ବର୍ଷ ଯାତ୍ରା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….