ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡିଶା ଲକଡାଉନ୍ ୩.୦ ଗାଇଡଲାଇନ୍ ଅନୁସାରେ ବାଇକରେ ୨ ଜଣ ବସି ଯିବା ମନା । ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡଲାଇନରେ ଏନେଇ ଉଲ୍ଲେଖ ରହିଛି । ଏହାସହ କାର୍ କିମ୍ବା ଅନ୍ୟ ୪ ଚକିଆରେ ଡ୍ରାଇଭରଙ୍କ ବ୍ୟତୀତ ଆଉ ୨ ଜଣ ଯାତ୍ରୀ ହିଁ ଯାଇପାରିବେ । ସୂଚନାନୁସାରେ, ରାଜ୍ୟ ସରକାର ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି । ମେ ୩୧ ତାରିଖରେ ଲକଡାଉନ୍ ସରିଥାନ୍ତା । କିନ୍ତୁ କରୋନାର ବର୍ଧିତ ମାମଲା ଓ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଏହାକୁ ଜୁନ ୧୭ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି । ଏହି ସମୟରେ କଟକଣାକୁ କଡାକଡି କରାଯାଇଛି ।






More Stories
ବଡ଼ ସୂଚନା ଦେଲେ ନିର୍ବାଚନ ଅଧିକାରୀ…..
ବଢିବ ବାଲି, ଗୋଡ଼ି, ଇଟା ମୂଲ୍ୟ…..
ଭାରତ ହେବ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ…..