Report Card Odisha

| Daily Odia News

ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……

ରିପୋର୍ଟ କାର୍ଡ / ଭୁବନେଶ୍ୱର

କଲେଜ ହଷ୍ଟେଲ ମେନୁରେ ବଡ଼ ପରିବର୍ତ୍ତନ।ଥାଳିରେ ମିଳିବନି ପୁରୀ-ବରା ଆଳୁଚପ। ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ସଜାଗ ହୋଇଛି ଉଚ୍ଚଶିକ୍ଷା ବିଭାଗ। ରନ୍ଧନ ତେଲର ବ୍ୟବହାର କମାଇବାକୁ କଲେଜ କ୍ୟାଣ୍ଟିନ୍‌ ଓ ହଷ୍ଟେଲଗୁଡ଼ିକୁ ପରାମର୍ଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ତେଲ ବ୍ୟବହାର କମାଇବା ନେଇ ଅପିଲ୍‌କୁ ଅନୁସରଣ କରିବାକୁ ଏହି ନିର୍ଦ୍ଦେଶ ଦିଆଯାଇଛି। କ୍ୟାଣ୍ଟିନ୍‌ ଓ ହଷ୍ଟେଲରେ ପୁରୀ, ବରା, ଆଳୁଚପ ଭଳି ଅଧିକ ତେଲିଆ ଖାଦ୍ୟକୁ ଏଡ଼ାଇବାକୁ ପରାମର୍ଶ ରହିଛି।ଏଥିସହ ଖାଦ୍ୟ ପ୍ରସ୍ତୁତି ସମୟରେ ରନ୍ଧନ ତେଲର ବ୍ୟବହାର କମାଇବାକୁ କୁହାଯାଇଛି। ତା’ ବଦଳରେ ପାରମ୍ପରିକ ଘିଅ ସହ ସୋରିଷ ତେଲ ଓ ବାଦାମ ତେଲ ଭଳି ବିକଳ୍ପର ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।ସୁସ୍ଥ ଖାଦ୍ୟାଭ୍ୟାସ ଓ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି।

Breaking News