ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଲାଗୁ କରିଛନ୍ତି ନୂଆ ନିୟମ। ତାଙ୍କ ଝିଅ ଜୁ ଆଏ(Ju Ae )ଙ୍କ ନାଁ ଅନୁସାରେ ଦେଶର କୌଣସି ଝିଅ କିମ୍ବା ମହିଳାଙ୍କ ନାମ ରହିପାରିବ ନାହିଁ। ସେହିପରି ପୂର୍ବରୁ ଯେଉଁମାନେ ନିଜ ନାଁ ଜୁ ଆଏ ରଖିଛନ୍ତି, ସେମାନଙ୍କୁ ଏହା ବଦଳାଇବା ପାଇଁ ଉତ୍ତର କୋରିଆ ପ୍ରଶାସନ କହିଛି। ଜୁଆଏ ବଦଳରେ ସେମାନେ ନିଜର ନାଁ ଆଉ କିଛିକୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତର କୋରିଆର ସୁପ୍ରିମ ଲିଡର କିମ ଜଙ୍ଗ ଉନଙ୍କ ଝିଅଙ୍କ ନାଁ ଜୁ ଆଏ ହୋଇଥିବା ବେଳେ ତାଙ୍କ ବୟସ ୯ରୁ ୧୦ ବର୍ଷ । ସେ ନିକଟରେ ସର୍ବସମ୍ମୁଖକୁ ଆସିଥିବା ବେଳେ ଏବେ ସରକାର ତାଙ୍କ ନାଁକୁ ଦୃଷ୍ଟିରେ ରଖି ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଜୁ ଆଏ ନାମଧାରୀଙ୍କୁ ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ନାଁ ବଦଳାଇକୁ ନିର୍ଦ୍ଦେଶ ଦିଆଯାଇଛି।






More Stories
ମୋଦିଙ୍କ ୩.୦ କ୍ୟାବିନେଟରେ ହୋଇପାରେ ବଡ଼ ଅଦଳବଦଳ!…..
ନେପାଳ ବନ୍ୟା;ମାଟିତଳୁ ଜୀବନ ଖୋଜା…..
ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ…..