ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସାଙ୍ଗକୁ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଛି | ଏହାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବା ରୋକ ଅବଧି କୁ ବୃଦ୍ଧି କରାଯାଇଛି । ଏବେ ଫେବୃଆରୀ ୨୮ ଯାଏ ବିଦେଶକୁ ନିୟମିତ ବିମାନ ସେବା ବନ୍ଦ ରହିବ। ଏନେଇ ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କାର୍ଗୋ ଓ ଡିଜିସିଏ ଅନୁମତିପ୍ରାପ୍ତ ବିମାନ ସେବା ଚାଲୁ ରହିବ । ଏହା ସହ ଚୁକ୍ତି ହୋଇଥିବା ଦେଶଗୁଡ଼ିକୁ ଭାରତରୁ ବିମାନ ଉଡ଼ି ପାରିବ। ଭାରତ ସରକାର ଏଯାଏ ୩୦ଟି ଦେଶ ସହ ଏହି ଚୁକ୍ତି କରିଛନ୍ତି। ସୂଚନାଯୋଗ୍ୟ- ୨୦୨୦ ମାର୍ଚ୍ଚ ୨୩ରେ ପ୍ରଥମଥର ପାଇଁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା। ଏହି ବନ୍ଦ ଅବଧି ନିୟମିତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଗତବର୍ଷ ଡିସେମ୍ବର ୧୫ରୁ ଭାରତ ସରକାର ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବେ ବୋଲି କହିଥିଲେ। ହେଲେ ଓମିକ୍ରନ ଭାରିଏଣ୍ଟ ଯୋଗୁ ଏହା ସମ୍ଭବ ହୋଇପାରିନାହିଁ। ଡିଜିସିଏ କହିଛି, ଫେବୃଆରୀ ୨୮ ଯାଏ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। ହେଲେ ଏହା ମାଲ ପରିବହନ ଓ ଜରୁରୀ ସେବାରେ ନିୟୋଜିତ ବିମାନଗୁଡ଼ିକ ଉପରେ ଲାଗୁ ହେବନି। ସେହିପରି ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ବିମାନଗୁଡ଼ିକ ମଧ୍ୟ ବିଦେଶକୁ ଉଡ଼ାଣ କରିପାରିବେ। ସ୍ଥିତିକୁ ସମୀକ୍ଷା କରି କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ଅନ୍ତର୍ଜାତୀୟ ବିମାନ ସେବାକୁ ଅନୁମତି ଦିଆଯିବ ବୋଲି ଡିଜିସିଏ କହିଛି।
More Stories
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..
୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା କଲା ରୁଷ୍…..
କାଶ୍ମୀରର ୪୮ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କଲେ ସରକାର…..