ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଏଏସ୍ଅ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ଦୁଇଜଣ ଓଏଏସ୍ ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି । ବାଲେଶ୍ୱରର ଫକିର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଜୟନ୍ତୀ ସିଂହଙ୍କୁ କନସୋଲିଡେସନ କଟକ କମିଶନର ଭାବେ ସ୍ଥାନାନ୍ତର କରାଯାଇଛି । ସେହିପରି ଭଦ୍ରକର ଅତିରିକ୍ତ ସବ-କଲେକ୍ଟର ଦାୟିତ୍ୱରେ ଥିବା ମନୋରମା ଭୂୟାଁଙ୍କୁ ବାଲେଶ୍ୱରର ଫକିର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ରେଜିଷ୍ଟ୍ରାର (ପ୍ରଶାସନ) ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..