Report Card Odisha

| Daily Odia News

ରାଜ୍ୟରେ ପର୍ଯ୍ୟଟକଙ୍କ ପାଇଁ ହେବ କ୍ରୁଜ୍ ବ୍ୟବସ୍ଥା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶୀତ ସାଙ୍ଗକୁ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ରାଜ୍ୟକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ଗତ ତିନି ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁରୀ, ଗୋପାଳପୁର, କୋଣାର୍କ, ଚିଲିକା, ପାରାଦ୍ୱୀପ ଓ ବାଲେଶ୍ୱରରେ ପହଁଚିଲେଣି ପର୍ଯ୍ୟଟକ। ହୋଟେଲ ଆଣ୍ଡ ହସ୍ପିଟାଲିଟି ସେକ୍ଟରରେ ବଢିଛି ବ୍ୟବସାୟ। ହେଲେ କରୋନା ମାଡ଼ରେ ଏଯାଏଁ ରାଜ୍ୟର ୯୦ ପ୍ରତିଶତ ଟୁର୍ ଅପରେଟର ନିଜର ସଟର ଖୋଲି ପାରୁନାହାନ୍ତି । ସେପଟେ କଟକଣା କୋହଳ ହୋଇଥିବାରୁ ହୋଟେଲ ଆଣ୍ଡ ହସ୍ପିଟାଲିଟି ସେକ୍ଟର ମାଲିକଙ୍କ ମୁହଁରେ ହସ ଫୁଟିଲାଣି । ଏବର୍ଷ ଅଧିକରୁ ଅଧିକ ଉତ୍ସବ ଆୟୋଜନ କରି ରାଜ୍ୟକୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆଣିବାକୁ ଲକ୍ଷ୍ୟ ରଖିଛି ପର୍ଯ୍ୟଟନ ବିଭାଗ | ପର୍ଯ୍ୟଟନ ଶିଳ୍ପର ଅଣ୍ଟା ଭାଙ୍ଗିଦେଇଛି କରୋନା ଭାଇରସ୍ । କଟକଣା ଓ ଭୟ ଯୋଗୁଁ ପର୍ଯ୍ୟଟକଙ୍କ ସଂଖ୍ୟା କମିଯାଇଛି । ଓଡିଶା ଆସୁଥିବା ପର୍ଯଟକଙ୍କ ଗତ ୫ବର୍ଷର ରେକର୍ଡ଼ ଅନୁସାରେ ୨୦୧୫ରେ ଓଡିଶା ଆସିଥିଲେ ୧କୋଟି ୧୭ ଲକ୍ଷ ୮୬ ହଜାର ପର୍ଯ୍ୟଟକ । ୨୦୧୬ରେ ୧କୋଟି ୨୮ଲକ୍ଷ ୪୩ ହଜାର, ୨୦୧୭ରେ ୧କୋଟି ୪୦ଲକ୍ଷ ୧୧ହଜାର, ୨୦୧୮ରେ ୧କୋଟି ୫୨ ଲକ୍ଷ ୯ ହଜାର, ୨୦୧୯ରେ ୧କୋଟି ୫୩ଲକ୍ଷ ୮ହଜାର ପର୍ଯ୍ୟଟକ ଓଡିଶା ଆସିଥିଲେ ।

Breaking News