ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ଫଳ | ମାଟ୍ରିକ ଫଳ ପ୍ରକାଶ ପାଇବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ବୋର୍ଡ ଦ୍ୱାରା ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶିତ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ହୋଇ ପରକ୍ଷା ଦେଇଥିବା ମୋଟ ୧୫, ୧୩୬ ଜଣ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ଚାନାଯୋଗ୍ୟ, କରୋନା ଯୋଗୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ବାତିଲ କରାଯାଇଥିଲା। ତେଣୁ ବୋର୍ଡ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଯୋଗେ ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନ କରାଯାଇ ଜୁନ୍ ୨୫ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ କରାଯାଇଥିଲା। ତେବେ ଏହି ପରୀକ୍ଷା ଫଳରେ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ଏହି ୧୫,୧୩୬ ଜଣ ଅଫ୍ଲାଇନ୍ରେ ଅର୍ଥାତ୍ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇଥିଲେ।






More Stories
ଆକାଶମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ……
ଆଜିଠୁ ଖୋଲିଲା ଭିତରକନିକା…..
ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ….