ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦରଦାମ ବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରୁଛି । ରାତି ପାହିଲେ କିଛିନା କିଛି ନିତ୍ୟ ବ୍ୟବହାର ସାମଗ୍ରୀର ଦର ବୃଦ୍ଧି ପାଉଛି | ୨ ସପ୍ତାହରୁ କମ୍ ସମୟ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି । ଏତେ ମାତ୍ରାରେ ଦର ବୃଦ୍ଧି ଯୋଗୁ ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଏବେ କିଲୋ ପିଛା ପିଆଜ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ଉତ୍ପାଦନ ଏବଂ ଯୋଗାଣ କମିବା ଯୋଗୁ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ଏପଟେ ଖୁଚୁରା ବ୍ୟବସାୟୀମାନେ ମନମୁଖୀ ଭାବେ ଦର ବଢ଼ାଇ ବିକ୍ରି କରୁଥିବା ଦେଖିବାକୁ ମିଳିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..