ରିପୋର୍ଟ କାର୍ଡ / କଟକ
ଜାନୁଆରି ୨୬ ତାରିଖରୁ ଡ୍ରାଇଭିଂ ଲାଇସେନ୍ସ ବା ଲର୍ଣ୍ଣର ଲାଇସେନ୍ସ ପାଇଁ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇଛି | ଆବେଦନ ଅଥବା ଲାଇସେନ୍ସ ନବୀକରଣ ପାଇଁ ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଅନ୍ଲାଇନ୍ ଡାକ୍ତରୀ ପ୍ରମାଣପତ୍ର ଦେବାକୁ ପଡ଼ିବ। ପ୍ରଚଳିତ ନିୟମ ଅନୁସାରେ, ଏବେ ଆବେଦନକାରୀମାନେ ଏକ କାଗଜ ଫର୍ମାଟ୍ରେ ଡାକ୍ତରୀ ପ୍ରମାଣପତ୍ର ଦେଉଛନ୍ତି। ଏହି ପ୍ରମାଣପତ୍ରକୁ ଅନ୍ଲାଇନ୍ ଆବେଦନ ସମୟରେ ସାରଥୀ ପୋର୍ଟାଲରେ ଅପଲୋଡ୍ କରାଯାଉଛି। ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସଠିକତା ରହୁନାହିଁ। ଅଧିକାଂଶ ସମୟରେ ନକଲି ଡାକ୍ତର ପ୍ରମାଣପତ୍ର ଅପ୍ଲୋଡ୍ ହେଉଥିବା ଦେଖିବାକୁ ମିଳୁଛି। ଏଥିରେ ସଂସ୍କାର ଓ ସ୍ବଚ୍ଛତା ଆଣିବା ପାଇଁ ପରିବହନ ବିଭାଗ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି | ଏମ୍ସିଆଇ ଅଧୀନରେ ଏମବିବିଏସ୍ ଡିଗ୍ରିଧାରୀଙ୍କ ଦ୍ବାରା ଏହି ଅନ୍ଲାଇନ୍ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ରାଜ୍ୟ ପରିବହନ ବିଭାଗ ଏକ ନୂତନ ଅନ୍ଲାଇନ୍ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ପ୍ରସ୍ତୁତ କରିଛନ୍ତି।
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଏତିକି ଖାଲି କରିଦିଅନ୍ତୁ,ମୋତେ ଆଣ୍ଠା କହିଲେ ଆଣ୍ଠେଇବି…..
ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ…..