ରିପୋର୍ଟ କାର୍ଡ / କଟକ
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏ ନେଇ ବୋର୍ଡ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ପୂର୍ବାହ୍ନ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପେପର-୧ ପରୀକ୍ଷା ଏବଂ ଅପରାହ୍ନ ୨ଟାରୁ ୪ଟା ଯାଏ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନଙ୍କ ଆଡ୍ମିଟ୍ କାର୍ଡ ଆସନ୍ତା ୧୭ ତାରିଖରୁ ବୋର୍ଡ ୱେବ୍ସାଇଟ www.bseodisha.ac.inରେ ଉପଲବ୍ଧ ହେବ। ତେବେ ପରୀକ୍ଷା କେନ୍ଦ୍ରଗୁଡିକ ଅପରିବର୍ତ୍ତିତ ରହିଛି।






More Stories
ଗଡ଼ିଲା ପୁରୀ-କୋରାପୁଟ ଏକ୍ସପ୍ରେସ…..
ଆଜି ଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ…..
ଏଣିକି ବର୍ଷକୁ ୪ଟି ପରୀକ୍ଷା…..