ରିପୋର୍ଟ କାର୍ଡ / କଟକ
ଓଡିଶା ଟେକ୍ସଟାଇଲ ମିଲ୍ଲସ ପାଇଁ ସରକାର ଦେବାକୁ ଥିବା ୧୧୫ କୋଟି ଟଙ୍କା ଦେଇଛନ୍ତି ବୋଲି ଆଜି ଅଫିସିଆଲ ଲିକ୍ୟୁଡେଟର ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେହି ଟଙ୍କାକୁ ସେ ଏକ ଫିକ୍ସ ଡିପୋଜିଟ ଆକାଉଣ୍ଟରେ ଜମା କରାଯାଇଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି। ଓଟିଏମର ପୁନଃରୁଦ୍ଧାର ସମ୍ପର୍କିତ ଏକାଧିକ ମାମଲାର ଶୁଣାଣିରେ ଅଫିସିଆଲ ଲିକ୍ୟୁଡେଟର ଏହି ସତ୍ୟପାଠ ଦାଖଲ କରିଛନ୍ତି। ସୂଚନା ଥାଇକି, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଓଟିଏମକୁ ଦେୟମୁକ୍ତ କରିବାକୁ ଚାର୍ଟର୍ଡ଼ ଆକାଉଣ୍ଟାଣ୍ଟ ସମସ୍ତ ନେଣଦେଣର ହିସାବ କରି ଗତ ଅଗଷ୍ଟ ୨୬ ତାରିଖରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ। ମହାଜନଙ୍କ ପାଉଣା ଏବଂ କର୍ମଚାରୀଙ୍କ ବକେୟା ବାବଦରେ ସମୁଦାୟ ୧୧୫ କୋଟି ଟଙ୍କା ଦିଆଗଲେ ଓଟିଏମ ସମ୍ପୂର୍ଣ୍ଣ ଦେୟମୁକ୍ତ ହେବ ବୋଲି ସେ ରିପୋର୍ଟରେ ଦର୍ଶାଇଥିଲେ। ସେହି ରିପୋର୍ଟ ଆଧାରରେ ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ୧୧୫ କୋଟି ଟଙ୍କା ଜମା କରିବାକୁ ଗତ ମାସ ୧୫ ତାରିଖରେ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।






More Stories
ରଥଯାତ୍ରାରେ ଅଧାକୁ କମିବ କର୍ଡନ୍ ପାସ୍…..
ଭୁବନେଶ୍ୱର କୋର୍ଟକୁ ବୋମା ଧମକ…..
ଝଡ଼ବର୍ଷା ସମ୍ଭାବନା !ୟେଲୋ ଓ୍ବାର୍ନିଂ ଜାରି…..