Report Card Odisha

| Daily Odia News

‘ଆମ ଲଢେଇ ଆତଙ୍କବାଦ ବିରୁଦ୍ଧରେ, ପାକିସ୍ତାନୀ ସେନା ସହିତ ନୁହେଁ’…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତର ୩ ସେନା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ରହିଥିବା କହିଲେ ଏୟାର ମାର୍ଶଲ ଏକେ ଭାରତୀ । ଡିଜିଏମଓ ସ୍ତରୀୟ ପ୍ରେସମିଟରେ ଏୟାର ମାର୍ଶଲ ଏକେ ଭାରତୀ ସୂଚନା ଦେଇ କହିଛନ୍ତି କି କୌଣସି ବି ପରିସ୍ଥିତି ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି । ଯଦି ଆଗକୁ ଲଢେଇ ହେବ ତେବେ ଫଳାଫଲ ସମ୍ପୂର୍ଣ୍ଣ ଅଲଗା ହେବ ବୋଲି ସେ କହିଛନ୍ତି । ଏଥିପାଇଁ ସମସ୍ତ ପ୍ରକାର କୌଶଳ ଆପଣାଉଛୁ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଆମ ଲଢେଇ ଆତଙ୍କବାଦ ବିରୁଦ୍ଧରେ, ପାକିସ୍ତାନୀ ସେନା ସହିତ ନୁହେଁ ବୋଲି ଭାରତୀ କହିଥିଲେ । କହିରଖୁଛୁ ଗତ କିଛି ଦିନ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପ୍ରାୟତଃ ଶାନ୍ତ ପଡ଼ିଯାଇଛି। ଗତକାଲି ରାତିରେ ସୀମାରେ କୌଣସି ଗୁଳିଚାଳନା ହୋଇନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପରେ ପ୍ରଥମଥର ପାଇଁ ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ଅପରାହ୍ନରେ ଆଲୋଚନା ହେବାର ଥିଲା ଯାହାକି ଟଳି ଯାଇଛି। ଏହି ବୈଠକ ସନ୍ଧ୍ୟାରେ ହେବାର ସମ୍ଭାବନା ରହିଛି।

Breaking News