ରିପୋର୍ଟ କାର୍ଡ / ମୁମ୍ବାଇ
ମହାରାଷ୍ଟ୍ରରେ ମହାମାରୀ କରୋନାର ଭୟଙ୍କର ସ୍ଥିତି। ଏହାକୁ ଦୃଷ୍ଟିରେ ରଖି କରୋନାର ଦ୍ୱିତୀୟ ଲହର ଯୋଗୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା କଡାକଡି କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ମୁମ୍ବାଇରେ ୬୦୦ ବିଲ୍ଡିଂକୁ ସିଲ୍ କରାଯାଇଛି। ଯେଉଁସବୁ ବିଲ୍ଡିଂରେ କରୋନା ପଜିଟିଭ୍ ରହିଥିତ୍ବା ସୂଚନା ମିଳୁଛି ସେ ସବୁକୁ ୧୪ ଦିନ ଲାଗି ସିଲ୍ କରି ଦିଆଯାଉଛି। ସେହିପରି ପୁଣେରେ ଶନିବାରଠାରୁ ୭ ଦିନିଆ ୧୨ ଘଣ୍ଟିଆ କର୍ଫ୍ୟୁ ଆରମ୍ଭ ହୋଇଛି। ସନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ସିନେମା ହଲ୍, ଧାର୍ମିକସ୍ଥଳ ଗୁଡ଼ିକୁ ୭ ଦିନ ପାଇଁ ବନ୍ଦ କରି ଦିଆଯାଇଛି। କରୋନା ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ମହାରାଷ୍ଟ୍ରର ସରକାର ୨ ଦିନର ସମୟ ଦେଇଛନ୍ତି | ଯଦି ଦୁଇଦିନ ମଧ୍ୟରେ କରୋନା ସଂକ୍ରମଣ ନ କମିଲା ତାହେଲେ ଲକ୍ଡାଉନ୍ ଘୋଷଣା ସମ୍ପର୍କରେ ଆସନ୍ତା ୨ ଦିନ ମଧ୍ୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୁଲି ଜଣାପଡିଛି ।






More Stories
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……
ଶନିବାର ପଶ୍ଚିମବଙ୍ଗରେ ହେବ ପୁନଃ ମତଦାନ…..