ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଆଫଗାନର ସ୍ତିତି ଭୟଙ୍କର ରହିଛି | ଏହାରି ଭିତରେ ପ୍ରତିକ୍ରୀୟା ପକିସ୍ତାନରେ ଦେଖିବାକୁ ମିଳିଛି। ଗୁରୁବାର ପାକିସ୍ତାନର ସିନ୍ଧ ପ୍ରଦେଶରେ ଭୟଙ୍କର ବିସ୍ଫୋରଣ ହୋଇଛି |ଏହି ବିସ୍ଫୋରଣରେ ୩ ଜନନଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁସାରେ- ପାକିସ୍ତାନର ସିନ୍ଧ ପ୍ରଦେଶର ବାହୱାନ ନଗରରେ ଶିୟା ସମ୍ପ୍ରଦାୟର ଲୋକ ଶୋଭାଯାତ୍ରାରେ ବାହାରିଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଲୋକମାନେ ଧାଁ ଦଉଡ କରିବାରେ ଲାଗିଥିଲେ। ଏହାର ଲାଭ ଉଠାଇ ଆକ୍ରମଣକାରୀମାନେ ମଧ୍ୟ ଫେରାର ହୋଇଯାଇଛନ୍ତି। ଉଲ୍ଲେଖନୀୟ ଯେ, ପାକିସ୍ତାନରେ ଯଦିଓ ମୁସଲମାନ ବହୁଳ ରାଷ୍ଟ୍ର, କିନ୍ତୁ ସେଠାରେ ଶିଆ, ଅହମ୍ମଦି ଓ କାଦିୟାନୀ ମୁସଲମାନଙ୍କ ବିରୋଧରେ ସବୁବେଳେ କଠୋରପନ୍ଥୀମାନେ ଆକ୍ରମଣ କରନ୍ତି । କଠୋରପନ୍ଥୀଙ୍କ ଚାପରେ ପାକିସ୍ତାନ ସରକାର ଆଇନ ତିଆରି କରି ଅହମ୍ମଦିଆଙ୍କୁ ଅଣମୁସଲମାନ ମଧ୍ୟ ଘୋଷିତ କରିସାରିଛି। ସେଭଳି ଶିଆ ସମ୍ପ୍ରଦାୟର ମୁସଲମାନଙ୍କ ଉପରେ କଠୋରପନ୍ଥୀମାନେ ପ୍ରତିଦିନ ଆକ୍ରମଣ କରନ୍ତି।
Discussion about this post