ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନର ପଂଜଶୀର ଏବେ ଭୂତ ସହର ପାଲଟିଛି। ଅଧିକାଂଶ ଲୋକ ପଂଜଶୀର ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି। ମୁଖ୍ୟତଃ ସେମାନେ କାବୁଲ ଯାଉଛନ୍ତି। ପଂଜଶୀରରେ ଅତି ବିପଜ୍ଜନକ ସ୍ଥିତି ଉପୁଜିଛି। ଖାଦ୍ୟର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ସାମଗ୍ରୀ ସବୁ ଶେଷହୋଇ ଯାଇଥିବାବେଳେ ତାଲିବାନମାନେ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛନ୍ତି। ବିଦ୍ରୋହୀ ନେତା ଅହମଦ ମସୁଦ ଏବଂ ଅମରୁଲ୍ଲା ସଲେହ ପଂଜଶୀରରେ ଥିବାବେଳେ ଅନ୍ୟ ଲୋକ ସବୁ ବିଭିନ୍ନ ଗାଁ ଛାଡ଼ି ଦେଉଛନ୍ତି। ତାଲିବାନ କହୁଛି ଏହା ପଂଜଶୀରରେ ବିଜୟ ହାସଲ କରିଛି।ଅନ୍ୟପକ୍ଷେ ବିଦ୍ରୋହୀ ନେତାମାନେ କହିଛନ୍ତି, ଆମେ ଲଢ଼େଇ ଜାରି ରଖିଛୁ। କିନ୍ତୁ କାବୁଲ ଯାଇଥିବା ଲୋକମାନେ କହିଛନ୍ତି, ତାଲିବାନ ଏବଂ ବିଦ୍ରୋହୀ ବାହିନୀ ଏନଆରଏଫ୍ ମଧ୍ୟରେ କିଏ ଜିତିଛି ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ସେମାନେ କହିଛନ୍ତି, ପଂଜଶୀରରେ ଅଧିକାଂଶ ଦୋକାନ ବନ୍ଦ ରହିଛି। ଅନେକ ଅଞ୍ଚଳ ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି। ତାଲିବାନମାନେ ସମସ୍ତ ମାନବୀୟ ସହଯୋଗ ବନ୍ଦ କରିଦେଇଛନ୍ତି। ତେଣୁ ପଂଜଶୀର ବାସିନ୍ଦାଙ୍କ ପାଖରେ ନିଜ ସ୍ଥାନ ଛାଡ଼ିବା ଅନ୍ୟ କିଛି ବାଟ ନାହିଁ।






More Stories
ହର୍ମୁଜ୍ ଖୋଲିବା ଆମର ପ୍ରାଥମିକତା…..
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..
୨୬ରେ ମୌସୁମୀ ଛୁଇଁବ କେରଳ!…..