ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅପରେସନ ଥିଏଟର ଭିତରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି କୋଲକାତାରୁ | ଅଧା ଅଚେତ ଅବସ୍ଥାରେ ଓଟି ବେଡ୍ରେ ଥିବା ଜଣେ ୩୯ ବର୍ଷୀୟ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। କୋଲକାତାରେ ଥିବା ଗୋଟିଏ ସୁପର ସ୍ପେଶାଲିଟି ହସ୍ପିଟାଲର ଜଣେ ଅଜଣା କର୍ମଚାରୀ ଏହି କାଣ୍ଡ ଘଟାଇଛନ୍ତି। ମହିଳା ଜଣଙ୍କ ଏନେଇ ଫୁଲବାଗନ ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମହିଳା ଜଣଙ୍କ କହିଛନ୍ତି ଯେ ଗାଲବ୍ଲାଡର ସର୍ଜରୀ ପାଇଁ ସେ ହସ୍ପିଟାଲରେ ଆଡମିଟ ହୋଇଥିଲେ। ତାଙ୍କୁ ଏଥିପାଇଁ ଓଟିକୁ ନିଆଯାଇଥିଲା ଓ ଗୁରୁବାର ସକାଳ ୯ଟାରେ ନିସ୍ତେଜକ ଦିଆଯାଇଥିଲା। ପ୍ରାୟ ୧୧ଟା ସୁଦ୍ଧା ଅପରେସନ ଶେଷ ହୋଇଥିଲା। ତେବେ ଅପରେସନ ପରେ ବି ମହିଳାଙ୍କୁ କିଛି ସମୟ ପାଇଁ ଓଟିରେ ରଖାଯାଇଥିଲା। ସେ ଅଧା ଅଚେତ ଅବସ୍ଥାରେ ଥିବା ବେଳେ କେହି ଜଣେ ତାଙ୍କୁ ସମ୍ବେଦନଶୀଳ ଅଙ୍ଗଗୁଡ଼ିକୁ ବାରମ୍ବାର ସ୍ପର୍ଶ କରିଥିଲା। ସେ କହିଛନ୍ତି, “କେହି ଜଣେ ମୋ ଡାହାଣ ପାର୍ଶ୍ୱରେ ଛିଡ଼ା ହୋଇଥିଲା। ସେ ମୋର ପ୍ରାଇଭେଟ ପାର୍ଟକୁ ଅତି ଜୋରରେ ସ୍ପର୍ଶ କରୁଥିଲା। ଏହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା। ଧୀରେଧୀରେ ମୁଁ ହୋଶକୁ ଫେରିବା ବେଳେ ସବୁ କିଛି ଜାଣିବାକୁ ପାଇଥିଲି। ମୁଁ ସବୁକିଛି ଅନୁଭବ କରୁଥିଲି। କିନ୍ତୁ ନିସ୍ତେଜକ ଯୋଗୁ ମୁଁ ସେହି ବ୍ୟକ୍ତିଙ୍କୁ ଅଟକାଇ ପାରି ନଥିଲି କିମ୍ବା କିଛି କରିପାରି ନଥିଲି।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..