Report Card Odisha

| Daily Odia News

ପିପିଲି ମତଦାନ କେନ୍ଦ୍ର ଜଗିବ କ୍ୟାମେରା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଉ ମାତ୍ର ୨ ଦିନ ପରେ ପିପିଲି ଉପନିର୍ବାଚନ | ଆସନ୍ତା ୩୦ ତାରିଖରେ ମତଦାନ ହେବ, ୩ରେ ଫଳାଫଳ ପ୍ରକାଶ ପାଇବ | ଆଜି ସରୁଛି ପିପିଲି ଉପନିର୍ବାଚନ ପାଇଁ ପ୍ରଚାର | ନିଜ ଦଳର ପ୍ରାର୍ଥିମାନଙ୍କୁ ଜିତାଇବା ପାଇଁ ଜୋରଦାର ପ୍ରାୟଶ ଚଳାଇଛନ୍ତି ବିଭିନ୍ନ ରାଜନୈତିକ ଦଳ | କୋଭିଡ କଟକଣା ଭିତରେ ମତାଦନ ହେବାକୁ ଥିବାରୁ ବିିଭିନ୍ନ କଟକଣା ମଧ୍ୟ ଜାରୀ କରାଯାଇଛି ଫଳରେ ପ୍ରତ୍ୟେକ ଭୋଟର ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧି ଭୋଟ ଦେବେ ଏବଂ ଏହାକୁ ଯାଞ୍ଜ କରିବା ପାଇଁ ୬ ପ୍ଲାଟୁନ୍ କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ହୋଇଛନ୍ତି । ପିପିଲି ଓ ଡେଲାଙ୍ଗ ବ୍ଲକର ସମସ୍ତ ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଏହି କ୍ୟାମେରା ମାଧ୍ୟମରେ ଏହି ଦୁଇଟି ବ୍ଲକର ୧୭୫ ବୁଥରୁ ମତଦାନର ସିଧାପ୍ରସାରଣ କରାଯିବ । ପ୍ରଶାସନ ସିଧାସଳଖ ଭାବରେ ଏସବୁ ବୁଥ୍ ଉପରେ ନଜର ରଖିବେ । ମୋଟ ୩୪୮ଟି ବୁଥରେ ମତଦାନ କରାଯିବ । ସୁଚନା ଅନୁସାରେ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀ ଦଳୀୟ କାର୍ଯ୍ୟାଳୟ, ସହ ହାରାହାରି ୨୦ ପଞ୍ଚାୟତ ବୁଲି ଲୋକମାନଙ୍କ ପାଖରେ ପହଞ୍ଚିଛନ୍ତି । ବିଜେଡି ପକ୍ଷରୁ ମନ୍ତୀ ସୁଶାନ୍ତ କୁମାର ରାଉତ,ବିଧାୟକ ଅନନ୍ତ ନାରାୟଣ ଜେନା,ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ସାମିଲ ଥିଲେ । ସେହିଭଳି ଏପି ପ୍ରତାପ ଷଡ଼ଙ୍ଗୀ ପିପିଲିର ଦାଣ୍ଡମୁକୁନ୍ଦପୁର ଓ ସିଂପୁର ପଞ୍ଚାୟତରୁ ବିଭିନ୍ନ ଗାଁକୁ ଯାଇ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତି ଗୋବିନ୍ଦପୁର ପଞ୍ଚାୟତରେ ଚାଲିଥିବା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେଇ ପ୍ରଚାର କରିଥିଲେ । କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି , ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ବ୍ଲବିଭିନ୍ନ ପଞ୍ଚାୟତରେ ବୁଲି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଅନ୍ୟ ରାଜନୈତିକ ପ୍ରାର୍ଥୀ ବିକେଶନ ହରିଚନ୍ଦନଙ୍କ ଦଳ ଜୋରଦାର ପ୍ରଚାର ଜାରି ରଖୁଛନ୍ତି ।

Breaking News