ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁଦାନରେ ଏକ ଭୟଙ୍କର ବିମାନ ବିସ୍ଫୋରଣ ହୋଇ ୯ ଜଣଙ୍କର ମୄତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪ ସୈନିକ ଥିବା ଜଣାଯାଇଛି। ତେବେ ସୌଭାଗ୍ୟବଶଃତ ଉକ୍ତ ସମୟରେ ବିମାନରେ ଥିବା ଏକ ଛୋଟ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛି | ସୂଚନା ଅନୁସାରେ- ଗତ ରାତିରେ ସୁଦାନ ଏୟାରପୋର୍ଟରୁ ଏକ ବେସାମରିକ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ହେଲେ ହଠାତ୍ ମଝି ଆକାଶରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଅବତରଣ କରିବା ପୂର୍ବରୁ ତାହା କ୍ରାଶ୍ ହୋଇ ଯାଇଥିଲା। ଏଥିଯୋଗୁ ବିମାନରେ ନିଆଁ ଲାଗି ଯାଇଥିବା ବେଳେ ଭିତରେ ଥିବା ୪ ସୈନିକଙ୍କ ସମେତ ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାଯାଇଛି। ହେଲେ ଏହି ଦୁର୍ଘଟଣାରୁ ବିମାନରେ ଥିବା ଜଣେ ଶିଶୁଟି ବର୍ତ୍ତି ଯାଇଛି। ବିମାନରେ ଯାନ୍ତ୍ରୀକ ତ୍ରୁଟିର କାରଣ ଜଣାପଡ଼ିନି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….