ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଣିକି ଦୁଷ୍କର୍ମକାରୀ ଙ୍କ ପାଇଁ ଆସୁଛି ନୂଆ ଆଇନ | ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଇଲେ ଭୟଙ୍କର ଦଶା ଭୋଗିବାକୁ ପଡ଼ିବ। ଦୁଷ୍କର୍ମ କଲେ ନପୁଂସକ କରି ଦିଆଯିବ। ଏମିତି କିଛି ପଦକ୍ଷେପ ନେବାକୁ ଯାଉଛନ୍ତି ପେରୁ ସରକାର। ନାବାଳିକା ଦୁଷ୍କର୍ମକାରୀ ଏଭଳି କଠୋର ଦଣ୍ଡରେ ଦଣ୍ଡିତ ହେବେ। ଖାଲି ସେତିକି ନୁହଁ ସେମାନଙ୍କୁ ଜରିମାନା ମଧ୍ୟ କରାଯିବ। ଏସମ୍ପର୍କରେ ଏକ ବିଲ ଆଗତ କରିବାକୁ ଯୋଜନା କରୁଛନ୍ତି ପେରୁ ସରକାର। ସୂଚନା ଅନୁସାରେ- ଜଣେ ୩ ବର୍ଷର ନାବଳିକା ପ୍ରତି ଦୁଷ୍କର୍ମ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ତେଣୁ ଦୁଷ୍କର୍ମକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବାକୁ ବିଚାର କରାଯାଇଥିବା ପେରୁ ମନ୍ତ୍ରୀ ତଥା ଜଷ୍ଟିସ ଫେଲିକ୍ସ ଚେରୋ କହିଛନ୍ତି। ରସାୟନିକ ପଦ୍ଧତିରେ ଏହା କରାଯିବ। କ୍ୟାବିନେଟରେ ଏହି ନିଷ୍ପତ୍ତି ନେବା ପରେ ବିଲ ଆସି ପାରିତ କରାଯିବ। ଦୋଷୀଙ୍କୁ ଉଭୟ ଜେଲ ସାଙ୍ଗକୁ ନପୁଂସକ କରାଯିବ। ଜେଲରୁ ମୁକୁଳିବା ପରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯିବ। ନିକଟରେ ୪୮ ବର୍ଷର ଜଣେ ବ୍ୟକ୍ତି ୩ ବର୍ଷର ଝିଅକୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଝିଅଟି ଗୁରୁତର ହେବା ପରେ ତାଙ୍କୁ ହସପିଟାଲରେହ ଚିକିତ୍ସା କରାଯାଇଛି। ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସ୍ୱାଗତ କରିଛନ୍ତି। ହେଲେ ବିରୋଧି କହିଛନ୍ତି, ଦୁଷ୍କର୍ମ ମାମଲାର ତ୍ୱରିତ ସମାଧାନ ପାଇଁ ବ୍ୟବସ୍ଥା ହେବା ଉଚିତ। ଭାରତରେ ମଧ୍ୟ ଅଧିକାଂଶ ସ୍ଥାନରେ ଏଭଳି ଘଟଣା ସାମ୍ନାକୁ ଆସୁଛି। ହେଲେ ଦୋଷୀକୁ ଉଚିତ ଦଣ୍ଡବିଧାନ ହେଉ ନଥିବାରୁ ଅନେକ ଖସି ଯାଉଛନ୍ତି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..