Report Card Odisha

| Daily Odia News

ପୁଣି କୋଟିଆରେ ପଶିଲା ଆନ୍ଧ୍ର…..

ରିପୋର୍ଟ କାର୍ଡ / କୋରାପୁଟ

ସୁଧୁରୁନି ଆନ୍ଧ୍ରପ୍ରଦେଶ | ଆଜି ପୁଣି ଆନ୍ଧ୍ର କୋଟିଆରେ ଅନୁପ୍ରବେଶ କରିଛି । କୋଟିଆର ଫାଟୁସିନେରୀ ଓ ଫଗୁଣସିନେରୀରେ ଆନ୍ଧ୍ର ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଆୟୋଜନହୋଇଥିବା ବେଳେ ଫାଟୁସିନେରି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯଇଛି। ହେଲେ ପଟ୍ଟାଙ୍ଗୀ ବିଡିଓ ଯାଇ ଏହି ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ବନ୍ଦ କରିଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶ ସାଲୁର ମଣ୍ଡଳ ଅଧୀନ ତୋନମ୍ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ୧୦୪ ଆମ୍ବୁଲାନ୍ସ ସହ କୋଟିଆର ଫଗୁଣସିନେରୀ ଫାଟୁସିନେରୀ ଗାଁରେ ପହଞ୍ଚିଥିଲେ । ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ଦେଇଥିଲେ । ମହିଳା ସ୍ବାସ୍ଥ୍ୟ କର୍ମୀ ପ୍ରସୂତୀ ଓ ଗର୍ଭବତୀଙ୍କ ସହ ଆଲୋଚନା କରି ବିଭିନ୍ନ ପରାମର୍ଶ ଦେଇଥିବା ଜଣାପଡ଼ିଛି ।

Breaking News