Report Card Odisha

| Daily Odia News

୨୦ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୁଲାଇ ୨୦ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ କରିପାରିବେ | ଏନେଇ ଆଜି ଆଜି ତାରିଖ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଜୁଲାଇ ୨୦ରୁ ଅଗଷ୍ଟ ୧୦ ଯାଏଁ ଛାତ୍ରଛାତ୍ରୀମାନେ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ସାମ୍ସ ପୋଟାର୍ଲରେ ନାମଲେଖା ପାଇଁ ଆବେଦନ କରିପାରିବେ । ‘ସିବିଏସଇ ଓ ଆଇସିଏସଇ ରେଜଲ୍ଟ ବାହାରି ନାହିଁ । ଆବଶ୍ୟକ ହେଲେ ଆବେଦନ ତାରିଖ ଘୁଞ୍ଚାଯିବ । ସିଟ୍ ସମସ୍ୟା ଦେଖା ଦେଲେ ଆବଶ୍ୟକ ସ୍ଥଳେ ସିଟ୍ ବଢ଼ାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

Breaking News