ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷ ଦ୍ବାରା ପରିଚାଳିତ ବାର୍ଷିକ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ। ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ସେହିପରି ଜୁନ୍ ୮ ସୁଦ୍ଧା କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଘୋଷଣା ହେବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଚଳିତବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ୍ ୩,୫୭,୯୪୨ ପରୀକ୍ଷାର୍ଥୀ ଥିଲେ। ଏଥର ୫୫୯୭ ପିଲା ପରୀକ୍ଷା ଦେଇନାହାନ୍ତି। ଅନୁପସ୍ଥିତ ୫୫୯୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କଳାରେ ୩୪୮୯, ବାଣିଜ୍ୟରେ ୯୮୩ ଏବଂ ବିଜ୍ଞାନରେ ୧୧୨୫ଜଣ ରହିଛନ୍ତି।






More Stories
ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ….
୨ରେ ଲଘୁଚାପ…..
ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି:୧୦୮ ଗରା ଜଳରେ କରିବେ ସ୍ନାନ…..