ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ପ୍ରଧାନମନ୍ତ୍ରୀଙ୍କ ‘ପିଏମ୍ କିଷାନ’ର ୧୪ତମ କିସ୍ତି ପ୍ରଦାନ କରାଯିବ। କୃଷକଙ୍କ ଉନ୍ନତି ପାଇଁ ମୋଦୀ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ୫ ହଜାର ସ୍ଥାନରେ ଏହି ସଭା ଆୟୋଜନ ହେବ। ଯେଉଁଥିରେ ଚାଷୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ପିଏମ୍ କିଷାନ ସମ୍ପର୍କରେ ଜାଣିବା ପାଇଁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ଇ-କେୱାଇସି ପିଏମ୍ କିଷାନ ପଞ୍ଜିକୃତ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ। ଓଟିପି ଆଧାରିତ ଇ-କେୱାଇସି ପିଏମ୍ କିଷାନ ପୋର୍ଟାଲରେ ଉପଲବ୍ଧ। ବାୟୋମେଟ୍ରିକ ଆଧାରିତ କେୱାଇସି ନିକଟତମ ସିଏସ୍ସି କେନ୍ଦ୍ରରେ ମିଳିପାରିବ।






More Stories
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..
ମୋଦୀଙ୍କୁ ସେସଲ୍ସର ସ୍ୱତନ୍ତ୍ର ରାଷ୍ଟ୍ରପତି ସମ୍ମାନ…..