ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ଭାଇରସର ଉକ୍ତଟ ସ୍ଥିତିକୁ ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ତଥା ଅନ୍ୟାନ୍ୟ କୋଭିଡ ସଂକ୍ରାନ୍ତୀୟ ଏଜେନ୍ସିର ଅଧିକାରୀଙ୍କ ସହ ଭର୍ଚ୍ଚୁଆଲ ବୈଠକ କରିଛନ୍ତି ମୋଦି। ଏହାପୂର୍ବରୁ ଡିସେମ୍ବର ୨୪ ତାରିଖରେ ବୈଠକ କରିଥିଲେ ମୋଦି। ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବା ନେଇ ସୂଚନା ମିଳିଛି। ବୈଠକ ପରେ ପିଏମଓ ପକ୍ଷରୁ ସୂଚନା ଦିଆଯାଇଛି। ଓମିକ୍ରନ୍ ଭ୍ୟାରିଆଣ୍ଟ ସହିତ କୋଭିଡ ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ସମସ୍ତ ଜିଲ୍ଲାରେ କରୋନା ଚିକିତ୍ସା ପାଇଁ ଉନ୍ନତ ସୁବିଧା ସୁନିଶ୍ଚିତ କରାଯିବା ଉଚିତ। କିଶୋରମାନଙ୍କ ଟିକାକରଣ ଅଭିଯାନ ମିଶନ ମୋଡରେ ଚାଲିବା ଉଚିତ୍। ବୈଜ୍ଞାନିକ ଅନୁସନ୍ଧାନ, ପରୀକ୍ଷଣ, ଟିକା ଏବଂ ଔଷଧୀୟ ବିକାଶ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ଅଣ-କୋଭିଡ୍ ଚିକିତ୍ସା ସେବା ମଧ୍ୟ ପୂର୍ବ ପରି କୌଣସି ପ୍ରତିବନ୍ଧକ ବିନା ଜାରି ରହିବା ଉଚିତ୍। ଦୂର ଦୂରାନ୍ତରୁ ଲୋକଙ୍କୁ ଟେଲି ମେଡିସିନ୍ ଏବଂ ଅନ୍ୟାନ୍ୟ ସେବା ମାଧ୍ୟମରେ ଚିକିତ୍ସା ପରାମର୍ଶ ଦିଆଯିବା ଉଚିତ୍। ଏଥିରେ ଗ୍ରାମାଞ୍ଚଳର ଲୋକମାନେ ମଧ୍ୟ ଉପକୃତ ହେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରୋନା ମହାମାରୀର ଯୁଗ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଏଥିପାଇଁ ସଜାଗ ଓ ସତର୍କତାହିଁ ଏକମାତ୍ର ଉପାୟ। କୋଭିଡ ପ୍ରୋଟୋକଲର ସମସ୍ତ ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ସେ କହିଥିଲେ।






More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..