ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ପଂଜାବ ପୋଲିସ ଶୁକ୍ରବାର ୧୫୦ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିଛି। ଆଇପିସିର ଧାରା ୨୮୩ ଅଧୀନରେ ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଏହା ଭିତରେ ଏକ କେନ୍ଦ୍ରୀୟ ଟିମ୍ ଫିରୋଜପୁର ଗସ୍ତ କରିଛନ୍ତି। ପଂଜାବ ସରକାର ମଧ୍ୟ ଉକ୍ତ ଘଟଣାରେ କେନ୍ଦ୍ର ସରକାରଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ପଂଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ହୋଇଥିବା ତ୍ରୁଟି ପାଇଁ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ରିଷ୍ଠ ପୋଲିସ ସୁପରିନଟେଣ୍ଡେଣ୍ଟ୍ ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଦିନକ ମଧ୍ୟରେ ଏହି ମାମଲାରେ ଜବାବ ଦାଖଲ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛନ୍ତି। ଅନ୍ୟପକ୍ଷେ ଗୃହ ମନ୍ତ୍ରାଳୟର ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍ ଆଜି ଫିରୋଜପୁର ଫ୍ଲାଏଓଭର୍ରେ ପହଞ୍ଚି ସୁରକ୍ଷା ତ୍ରୁଟି ବିଷୟର ତଦନ୍ତ କରିଛନ୍ତି। ପଂଜାବ ସରକାର ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଛନ୍ତି। ମାମଲାରେ ଏତଲା ରୁଜୁ ହୋଇଥିବା ପଂଜାବ ସରକାର କହିଛନ୍ତି। ଗୃହ ମନ୍ତ୍ରାଳୟର ଟିମ୍ରେ ଏସ୍ପିଜି ଆଇଜି ଏସ୍ ସୁରେଶ ଅଛନ୍ତି। ପଂଜାବ ଡିଜିପି ସିଦ୍ଧାର୍ଥ ଚଟ୍ଟୋପାଧ୍ୟାୟ ଏବଂ ମୋଦୀଙ୍କ ଗସ୍ତ ପାଇଁ ମୁତୟନ ହୋଇଥିବା ଅନ୍ୟ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଆଜି ଜେରା ପାଇଁ ଡକାଯାଇଥିଲା। କିନ୍ତୁ ଚଟ୍ଟୋପାଧ୍ୟାୟ କେନ୍ଦ୍ରୀୟ ଟିମ୍ର ଯାଞ୍ଚରେ ଯୋଗ ଦେଇନାହାନ୍ତି। ଗୃହ ମନ୍ତ୍ରାଳୟ ଇତି ମଧ୍ୟରେ ଭଟିଣ୍ଡା ଏସ୍ଏସ୍ପିଙ୍କୁ ନୋଟିସ୍ ପଠାଇଛନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ଏହି ମାମଲାରେ ଜବାବ ମାଗିଛନ୍ତି। ଅନ୍ୟପକ୍ଷେ ପଂଜାବ ମୁଖ୍ୟ ସଚିବ ଅନିରୁଦ୍ଧ ତିୱାରୀ ଫିରୋଜ୍ପୁର ଘଟଣା ସଂକ୍ରାନ୍ତରେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ପାଖକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଉକ୍ତ ଘଟଣାରେ ପୁଲିସରେ ମାମଲା ରୁଜୁ ହୋଇଛି ଏବଂ ଏକ ୨ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ ହୋଇଛି। ସୁରକ୍ଷା ତ୍ରୁଟି ନେଇ ଦାଏର ଏଫ୍ଆଇଆର୍ ଆଧାରରେ ତଦନ୍ତ ତ୍ବରାନ୍ବିତ ହୋଇଥିବା ସେ କହିଛନ୍ତି।
More Stories
ଦୁଷ୍କର୍ମ ପରେ ଶିଶୁକନ୍ୟାକୁ ହତ୍ୟା….
କାଳବୈଶାଖୀ ଓ୍ବାର୍ନିଂ,୫୦ରୁ ୬୦ କି.ମି.ବେଗରେ ପବନ…..
ଭୁବନେଶ୍ୱରର ଦୁଇ ଷ୍ଟେସନ ନିକଟରୁ ୨ ମୃତଦେହ ଉଦ୍ଧାର…..