ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଜିଲ୍ଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ଅବସରରେ ଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିବେ। ସୁପ୍ରିମକୋର୍ଟଙ୍କ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ୫ଟି ଅଧିବେଶନ ଅନୁଷ୍ଠିତ ହେବ ଯେଉଁଥିରେ ଜିଲ୍ଲା ନ୍ୟାୟପାଳିକା ସହ ଜଡ଼ିତଭିତ୍ତିଭୂମି ଓ ମାନବ ସମ୍ବଳ, ସମସ୍ତଙ୍କ ପାଇଁ ଅଦାଲତ, ନ୍ୟାୟିକ ନିରାପତ୍ତା ଓ ନ୍ୟାୟିକ କଲ୍ୟାଣ, ମାମଲା ପରିଚାଳନା ଏବଂ ନ୍ୟାୟିକ ପ୍ରଶିକ୍ଷଣ ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତି, କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ଭାରତର ଆଟର୍ଣ୍ଣି ଜେନେରାଲ, ସୁପ୍ରିମକୋର୍ଟ ବାର୍ ଆସୋସିଏସନର ଅଧ୍ୟକ୍ଷ ଏବଂ ବାର୍ କାଉନସିଲ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଯୋଗଦେବେ।






More Stories
ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ…..
ଦେଶ ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି…..
୨୦ରେ ମିଳିବନି ଔଷଧ…..