ରିପୋର୍ଟ କାର୍ଡ / ମୟୂରଭଞ୍ଜ
ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାର କାର୍ଯ୍ୟରତ ପୋଲିସ ଏଏସଆଇ ଅବଦୁଲ ମତଲବୀ ଖାନ ନିଲମ୍ବିତ ହୋଇଛନ୍ତି | ଜନୈକ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବ ପରେ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆଜି ମୟୂରଭଞ୍ଜ ଏସପି ବି ଗଙ୍ଗାଧର ବିବାଦୀୟ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଅନୁସାରେ- ଏକ ମାମଲା ରଫା ଦଫା କରିବା ପାଇଁ ଏଏସଆଇ ଅବଦୁଲ ମତଲବୀ ଖାନ ୫ ଜଣଙ୍କ ନାମ ଏତଲାରୁ ବାଦ ଦେବା ପାଇଁ ମୋଟା ଅଙ୍କର ଟଙ୍କା ନେଉଥିବା ଭିଡିଓ ଭାଇରାଲ ହୋଇଥିଲା।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..