ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝର ସଦର ଥାନା ଏନ୍ଏଚ୍-୪୯ ବାଇପାସ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ଏହି ସଡ଼କ ଦୁର୍ଘଟଣାରେ ଜଣେ ପୋଲିସ କନଷ୍ଟେବଳଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କବିତ୍ରା ନିକଟ ଏନ ଏଚ-୪୯ ବାଇପାସରେ ଆଜି ସକାଳୁ ଦୁର୍ଘଟଣା ଘଟିଛି । ଡ୍ଯୁଟି ସାରି କନେଷ୍ଟବଳ ମନୋଜ କୁମାର ମହାନ୍ତ ଘରକୁ ଫେରୁଥିବାବେଳେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏହାଫଳରେ ଘଟଣାସ୍ଥଳରେ କନଷ୍ଟେବଳଙ୍କର ମୃତ୍ୟୁ ହୋଇଥିଲା। କନଷ୍ଟେବଳ ମନୋଜ କୁମାର ମହାନ୍ତଙ୍କ ଘର ବାରିଆ ଥାନା ଉଖୁଣ୍ଡା ଅଞ୍ଚଳରେ ବୋଲି ସୂଚନାନା ମିଳିଛି






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..